ଭୁବନେଶ୍ୱର,୧୮/୦୨: ମଙ୍ଗଳବାରଠାରୁ ସିବିଏସଇ ଓ ଆଜିଠାରୁ ସିଏଚ୍ଏସଇ ପରୀକ୍ଷା ଆରମ୍ଭ ହୋଇଥିବାବେଳେ କାଲିଠୁ ଓଡ଼ିଶା ମାଟ୍ରିକ ବୋର୍ଡ ପରୀକ୍ଷା ହେବ । ଛାତ୍ରଛାତ୍ରୀ ଓ ଅବଭାବକଙ୍କ ମଧ୍ୟରେ ପରୀକ୍ଷାକୁ ନେଇ ଲାଗି ରହିଛି ଉତ୍କଣ୍ଠା ।ଚଳିତ ବର୍ଷ ରାଜ୍ୟର ୫ଲକ୍ଷ ୬୧ ହଜାର ୯୭୯ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ୩୦୮୨ କେନ୍ଦ୍ରରେ ହେବ ପରୀକ୍ଷା । ସକାଳ ୯ଟାରୁ ଆରମ୍ଭ ହେବ ପରୀକ୍ଷା । ପରୀକ୍ଷାକୁ ଶୃଙ୍ଖଳିତ ଭାବେ ସାରିବା ବଡ ଆହ୍ୱାନ ହୋଇଥିବାରୁ ସରକାରଙ୍କ ପକ୍ଷରୁ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରଯାଇଛି । ନୋଡ଼ାଲ ସେଣ୍ଟର ସହ ପରୀକ୍ଷା କେନ୍ଦ୍ରଗୁଡ଼ିକ CCTV ସର୍ଭେଲାନ୍ସରେ ରଖାଯାଇଛି । କଣ୍ଟ୍ରୋଲ ରୁମ୍ରୁ ସ୍ୱତନ୍ତ୍ର ଭାବେ ମନିଟରିଂ କରାଯିବ । ୧୩୬୪ କେନ୍ଦ୍ରରୁ ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା କରାଯାଇଛି । ପ୍ରଶ୍ନପତ୍ର ହବ୍ ଗୁଡିକ AI ବୈଷୟିକ ଜ୍ଞାନକୌଶଳ ନଜରରେ ରଖାଯାଇଛି । ସବୁ କେନ୍ଦ୍ରକୁ ଜଗିଛି ପୁଲିସ୍ ।ପରୀକ୍ଷାରେ କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ତ୍ରିସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା କରାଯାଇଛି ।ସ୍ପେଶାଲ ଭିଜିଲାନ୍ସ ଟିମ୍ ପରୀକ୍ଷା କେନ୍ଦ୍ରଗୁଡ଼ିକ ପରିଦର୍ଶନ କରିବେ । ପ୍ରଶ୍ନପତ୍ରରେ QR Code ଓ Watermark ବ୍ୟବସ୍ଥା କରାଯାଇଛି ।