ଜେଲରେ ଅସୁସ୍ଥତା ହୋଇ ପୁଣି ଡାକ୍ତରଖାନା ଗଲେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

ଭୁବନେଶ୍ୱର,୧୮/୦୨: ପୁଣି ଡାକ୍ତରଖାନା ଗଲେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା । ପେଟ ଓ ଛାତିରେ ଯନ୍ତ୍ରଣା ଯୋଗୁଁ ଜେଲ୍‌ରୁ ଆଣି ପୁଣିଥରେ ତାଙ୍କୁ ଏମକେସିଜି ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଛି ।  କଡ଼ା ସୁରକ୍ଷା ବଳୟରେ ବିକ୍ରମଙ୍କୁ ବ୍ରହ୍ମପୁର ସର୍କଲ ଜେଲରୁ ଆଣି ମେଡିକାଲରେ ଭର୍ତ୍ତି କରିଛି ପୁଲିସ । ଘରୋଇ ଡାକ୍ତରଖାନାକୁ ରେଫର ହୋଇପାରନ୍ତି ବିକ୍ରମ ।ମଙ୍ଗଳବାର ଉନ୍ନତ ଚିକିତ୍ସା ପାଇଁ ପିଟିସନ ହୋଇଥିବା ବେଳେ, ଆଜି ସହମତି ପତ୍ର ଦାଖଲ ହୋଇଥାନ୍ତା । ଗଲ୍ ବ୍ଲାଡର୍ ଷ୍ଟୋନ ସର୍ଜରୀ ପାଇଁ ସହମତି ପତ୍ର ଦାଖଲ ହୋଇଥାନ୍ତା । ସୂଚନା ଯୋଗ୍ୟ ଯେ, ପୀତବାସ ହତ୍ୟାକାଣ୍ଡରେ ଗିରଫ ଅଭିଯୁକ୍ତ ବିକ୍ରମ ପଣ୍ଡା ଗତ କିଛି ଦିନ ଧରି ଏମ୍‌କେସିଜିରେ ଚିକିତ୍ସାଧୀନ ଥିଲେ ।

Leave a Reply

Your email address will not be published. Required fields are marked *