ବିରୋଧୀଙ୍କ ହଟ୍ଟଗୋଳ, ଆସନ୍ତା ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଗୃହ ମୁଲତବୀ

ନୂଆଦିଲ୍ଲୀ,୧୩/୦୨: ବଜେଟ ଅଧିବେଶନର ପ୍ରଥମାର୍ଦ୍ଧ ଶୁକ୍ରବାର ଶେଷ ହୋଇଛି। ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଏବଂ ପୂର୍ବତନ ସେନା ମୁଖ୍ୟ ଏମ୍.ଏମ୍. ନରବଣେଙ୍କ ଅପ୍ରକାଶିତ ଆତ୍ମଜୀବନକୁ ନେଇ ବଜେଟ ଅଧିବେଶନର ପ୍ରଥମ ଭାଗରେ ପ୍ରବଳ ‌ହୋହଲ୍ଲା ଓ ହଟ୍ଟଗୋଳ ଦେଖାଯାଇଥିଲା। ଶୁକ୍ରବାର ଅଧିବେଶନ ଆରମ୍ଭ ହେବା କ୍ଷଣି ହୋହଲ୍ଲା ଚାଲିଥିବାବେଳେ ଉଭୟ ଗୃହକୁ ଆସନ୍ତା ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଶୁକ୍ରବାର ସଂସଦ ପରିସରରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଇସ୍ତଫା ଦାବି କରି ବିରୋଧୀ ସାଂସଦମାନେ ସ୍ଲୋଗାନ ଦେଇ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ। ଲୋକସଭାରେ ହରିଦ୍ୱାରର ପୂର୍ବତନ ସାଂସଦ ଭଗବାନଦାସ ରାଠୋରଙ୍କ ପରଲୋକରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଏକ ମିନିଟ୍ ନିରବ ପାଳନ କରାଯାଇଥିଲା।
ମାର୍ଚ୍ଚ ୯ରେ ଦ୍ବିତୀୟ ଅଧିବେଶନ ଆରମ୍ଭ ହେଲେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ପକ୍ଷରୁ ବିଶେଷାଧିକାର ହନନ ପ୍ରସ୍ତାବ ଆଗତ କରିପାରେ। ବିଶେଷାଧିକାର ହନନ ପ୍ରସ୍ତାବ ନେଇ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ବାକ୍ ଯୁଦ୍ଧ ଏବଂ ଆରୋପ ପ୍ରତ୍ୟାରୋପ ଚାଲିଛି।

Leave a Reply

Your email address will not be published. Required fields are marked *