ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ

ଭୁବନେଶ୍ୱର,୧୩/୦୨: ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ ଘଟିଛି। ୮୬ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି କାହ୍ନୁଚରଣ ଲେଙ୍କା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି। କାହ୍ନୁଚରଣ ଲେଙ୍କା ୧୯୯୫-୨୦୦୦ ମସିହା ଯାଏଁ ଚୌଦ୍ବାର ବିଧାୟକ ଥିଲେ। ୧୯୮୮-୯୪ ମସିହା ଯାଏଁ ରାଜ୍ୟସଭା ସାଂସଦ ଥିଲେ। କେନ୍ଦ୍ରରେ ରେଳ ଓ କୃଷି ରାଷ୍ଟ୍ରମନ୍ତ୍ରୀ ଥିଲେ। ପି. ଭି. ନରସିଂହ ରାଓଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ଥିଲେ କାହ୍ନୁଚରଣ ଲେଙ୍କା।

Leave a Reply

Your email address will not be published. Required fields are marked *