ଭୁବନେଶ୍ୱର,୧୩/୦୨: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ବାହାନଗା ଛକ ନିକଟରେ ଏକ ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ଥ ହୋଇଛି । ସୋରରେ ତୀର୍ଥଯାତ୍ରୀ ବସଟି ଦୁର୍ଘଟଣା ହେଇଥିଲା ପୋଲକୁ ଧକ୍କା ଦେଇ ୩୦ ଫୁଟ ତଳକୁ ଖସିପଡ଼ିଥିଲା । ବସଟି କଲିକତାରୁ ପୁରୀ ଅଭିମୁଖେ ଯାଉଥିଲା । ଭେଙ୍କେଟଲକ୍ଷ୍ମୀ ବସ୍ ଭାରସମ୍ୟ ହରାଇ ଡିଭାଇଡର ଉପରକୁ ଚଢ଼ିଯିବାରୁ, ପୋଲକୁ ବାଡ଼େଇ ହୋଇ ତଳକୁ ଖସିପଡ଼ିଲେ ଡ୍ରାଇଭର ।ସୂଚନା ମୁତାବକ ଆଜି ସକାଳ କଲିକତା ରୁ ପୁରୀ ଅଭିମୁଖେ ଯାଉଥିବା ଶ୍ରୀ ଭେଙ୍କେଟଲକ୍ଷ୍ମୀ ନାମକ(ଏପି-୨୫ଡବ୍ଲୁ-୯୯୨୯) ଏକ ତୀର୍ଥଯାତ୍ରୀ ବସ ଭାରସମ୍ୟ ହରାଇ ଡିଭାଇଡର ଉପରକୁ ଚଡ଼ିଯାଇଥିଲା। ଫଳରେ ବସ ରେ ଥିବା ଡ୍ରାଇଭର ପୋଲକୁ ବାଡେଇହୋଇ ପୋଲ ତଳକୁ ଖସି ପଡ଼ିଥିବା ବେଳେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି ।