କଟକରେ ଲେଜର୍‌ ଲାଇଟ୍‌ ବ୍ୟାନ୍‌, କଟକଣାକୁ କଡ଼ାକଡ଼ି ଲାଗୁ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୨/୦୨: କଟକରେ ଲେଜର ଲାଇଟ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କଲେ ହାଇକୋର୍ଟ । ଆଜି ସହର ସମସ୍ୟା ସମ୍ପର୍କିତ ମାମଲାର ଶୁଣାଣି ବେଳେ କଟକରେ ଲେଜର୍‌ ଲାଇଟ୍‌ କଟକଣାକୁ କଡ଼ାକଡ଼ି ଲାଗୁ କରିବା ପାଇଁ ହାଇକୋର୍ଟ କଟକ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଡିଜେ ବ୍ୟବହାର ଓ ୬୫ ଡେସିବଲ କଟକଣାକୁ ମଧ୍ୟ କଡ଼ାକଡ଼ି ଲାଗୁ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।ରାତି ୧୦ଟା ପରେ ଯେପରି କୌଣସି ବାଜା ବାଜିବ ନାହିଁ, ବାଣ ଫୁଟିବ ନାହିଁ ଏବଂ ରୋଷଣୀ ନ ହେବ ସେଦିଗରେ ପୋଲିସ ତୀକ୍ଷ୍ଣ ନଜର ରଖିବ । ଯଦି କୌଣସି ଜାଗାରେ ଏସବୁର ଉଲ୍ଲଘଂନ ହେଉଥିବ, ତେବେ ପୁଲିସ୍‌ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଶୁଣାଣି ସମୟରେ କଟକ ଡିସିପି ଭିଡିଓ କନଫରେନସିଂ ଜରିଆରେ କୋର୍ଟରେ ଉପସ୍ଥିତ ରହି ନିଜର ପକ୍ଷ ରଖିଛନ୍ତି ।

Leave a Reply

Your email address will not be published. Required fields are marked *