ନୂଆଦିଲ୍ଲୀ,୧୨/୦୨: ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନୁହେଁ ବରଂ ଇଚ୍ଛାକୃତ ଥିଲା ବୋଲି ଏକ ରିପୋର୍ଟରେ ଦାବି କରାଯାଇଛି । ବିମାନ ଦୁର୍ଘଟଣା ଇତିହାସର ସବୁଠୁ ଭୟଙ୍କର ବିମାନ ଦୁର୍ଘଟଣା ଘଟଣା ମଧ୍ୟରୁ ଏହା ଗୋଟିଏ ଘଟଣା ଥିଲା । ଏହି ଦୁର୍ଘଟଣାର ତଦନ୍ତ କରୁଥିବା ଅଧିକାରୀମାନେ କହିଛନ୍ତି ଯେ, ବିମାନ ଇଞ୍ଜିନରେ ଇନ୍ଧନ ବନ୍ଦ ହେବା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନୁହେଁ ବରଂ ଏହା ଜାଣିଶୁଣି କରାଯାଇଥିଲା । ଇଟାଲୀୟ ଦୈନିକ ଖବରକାଗଜ ‘କୋରିଏର ଡେଲା ସେରା’ରେ ଏହି ରିପୋର୍ଟ ପ୍ରକାଶ ପାଇଛି। ନୂଆଦିଲ୍ଲୀ ଏବଂ ୱାସିଂଟନ ମଧ୍ୟରେ ହୋଇଥିବା ସଦ୍ୟତମ ଆଲୋଚନା ସମ୍ପର୍କିତ ଦୁଇଟି ସୂତ୍ରକୁ ଉଦ୍ଧୃତ କରି ଏହି ରିପୋର୍ଟ ଦେଇଛନ୍ତି । ତଥାପି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ସରକାରୀ ରିପୋର୍ଟ ପ୍ରକାଶ ପାଇବା ପୂର୍ବରୁ କୌଣସି ନିଷ୍କର୍ସରେ ପହଞ୍ଚିବା ତରବରିଆ ହେବ । ରିପୋର୍ଟ ଅନୁଯାୟୀ, ଭାରତୀୟ ତଦନ୍ତକାରୀ ନିଷ୍କର୍ସରେ ପହଞ୍ଚିଛନ୍ତି ଯେ, ଗତବର୍ଷ ଜୁନ୍ରେ ହୋଇଥିବା ଏହି ଦୁର୍ଘଟଣା ଯାନ୍ତ୍ରିକ ତ୍ରୁଟି ଯୋଗୁ ହୋଇନଥିଲା। ତଦନ୍ତକାରୀ ଅଧିକାରୀ ସେମାନଙ୍କ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି।