ଅଷ୍ଟ୍ରେଲିଆ ବିଜୟରୁ ଆରମ୍ଭ କଲା ବିଶ୍ବକପ୍‌ ଅଭିଯାନ

ନୂଆଦିଲ୍ଲୀ,୧୧/୦୨:  ଅଷ୍ଟ୍ରେଲିଆ ବିଜୟରୁ ତା’ର ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିଛି । ଗ୍ରୁପ୍‌-ବି’ର ଏକତରଫା ମ୍ୟାଚ୍‌ରେ ଦୁର୍ବଳ ଆୟର୍ଲାଣ୍ଡକୁ ୬୭ ରନ୍‌ରେ ପରାସ୍ତ କରିଛି । ବୁଧବାର ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍‌ ବିନିମୟରେ ୧୮୨ ରନ୍‌ କରିଥିଲା । ତେବେ ଚାରିଟି ଉପଯୋଗୀ ପାଳି ବଳରେ ଦଳ ଏହି ସମ୍ମାନଜନକ ‌ସ୍କୋର୍‌ରେ ପହଞ୍ଚି ଯାଇଥିଲା । ଜବାବରେ ଆୟର୍ଲାଣ୍ଡ ୧୬.୫ ଓଭରରେ ମାତ୍ର ୧୧୫ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା । ନାଥନ୍‌ ଏଲିସ୍‌ ୪ ୱିକେଟ୍‌ ନେଇ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *