ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ବିରୋଧୀ ଆଣିଲେ ଅନାସ୍ଥା

ନୂଆଦିଲ୍ଲୀ,୧୦/୦୨: ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ବିରୋଧୀ ଦେଲେ ଅନାସ୍ଥା ପ୍ରସ୍ତାବ ନୋଟିସ୍ । ଶହେରୁ ଅଧିକ ବରୋଧୀ ସାଂସଦ ଏଥିରେ ଦସ୍ତଖତ କରିଥିବା ସୂଚନା ମିଳିଛି । କଂଗ୍ରେସ ନେତୃତ୍ବରେ ଓମ୍ ବିର୍ଲାଙ୍କ ବିରୋଧରେ ବିରୋଧୀ ସାଂସଦମାନେ ଅନାସ୍ଥା ପ୍ରସ୍ତାବ ନୋଟିସ ଦେଇଛନ୍ତି । ଓମ୍ ବିର୍ଲା ପକ୍ଷପାତ କରୁଥିବା ସଂସଦର ବଜେଟ୍ ଅଧିବେଶନ ଆରମ୍ଭରୁ ବିରୋଧୀ ଅଭିଯୋଗ କରିଆସୁଥିଲେ ।ସ୍ଥଳସେନାର ପୂର୍ବତନ ମୁଖ୍ୟ ଜେନେରାଲ ଏମ. ଏମ୍. ନରବଣେଙ୍କ ଅପ୍ରକାଶିତ ପୁସ୍ତକକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ପୁସ୍ତକରେ ଚୀନ ସହ ସୀମା ବିବାଦ ଉଲ୍ଲେଖ ଥିବା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଉଠାଇବା ପରେ ଏହାକୁ ଅମିତ ଶାହ ଓ ରାଜନାଥ ସିଂହ ବିରୋଧ କରିଥିଲେ । ଏହା ସହ ଅନ୍ୟ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ କହିବାର ସୁଯୋଗ ଦିଆଯାଉ ନଥିବା ଅଭିଯୋଗ କରି ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ନୋଟିସ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *