ଟି୨୦ ବିଶ୍ୱକପ୍ ୨୦୨୬ରେ ଭାରତ ବିପକ୍ଷରେ ଖେଳିବା ପାଇଁ ପାକିସ୍ତାନ ରାଜି

ନୂଆଦିଲ୍ଲୀ,୦୯/୦୨: ଟି୨୦ ବିଶ୍ୱକପ୍ ୨୦୨୬ରେ ଭାରତ ବିପକ୍ଷରେ ଖେଳିବା ପାଇଁ ପାକିସ୍ତାନ ରାଜି ହୋଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଆସନ୍ତା ୧୫ ଫେବ୍ରୁଆରିରେ ଶ୍ରୀଲଙ୍କାର କଲମ୍ବୋଠାରେ ଏହି ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯିବ । ଲାହୋରରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏହି ନିଷ୍ପତ୍ତି ନେଇଛି । ଏହି ବୈଠକରେ ପାକିସ୍ତାନ ଏବଂ ବାଂଲାଦେଶ ଆଇସିସି ନିକଟରେ କିଛି ଦାବି ରଖିଥିଲେ, ଯେଉଁଥିରୁ କିଛି ଦାବିକୁ ଗ୍ରହଣ କରାଯାଇଛି ।

Leave a Reply

Your email address will not be published. Required fields are marked *