ବିଶ୍ବକପ୍‌-୨୦୨୬ର ତୃତୀୟ ମ୍ୟାଚ୍‌, ଆମେରିକାକୁ ୨୯ ରନ୍‌ରେ ପରାସ୍ତ କଲା ଭାରତ

ଭୁବନେଶ୍ୱର,୦୭/୦୨: ଆଇସିସି ଦ୍ବାରା ପରିଚାଳିତ ପୁରୁଷ ବିଶ୍ବକପ୍‌-୨୦୨୬ର ତୃତୀୟ ମ୍ୟାଚ୍‌ରେ ଆଜି ଆମେରିକାକୁ ଭାରତ ୨୯ ରନ୍‌ରେ ପରାସ୍ତ କରିଛି। ଭାରତ ଏହି ମୁକାବିଲାରେ ଆମେରିକାକୁ ବିଜୟ ପାଇଁ ୧୬୨ ରନ୍‌ର ଲକ୍ଷ୍ୟ ଦେଇଥିଲା। ଟାର୍ଗେଟ ପଛରେ ଧାଇଁ ଆମେରିକା ୮ଟି ୱିକେଟ୍‌ରେ ୧୩୨ ରନ୍‌ କରିଥିଲା।  ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ୪୯ଟି ବଲ୍‌ ଖେଳି ଅପରାଜିତ ୮୪ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୧୦ଟି ଚୌକା ଏବଂ ୪ଟି ଛକା ସାମିଲ ଥିଲା। ଭାରତୀୟ ବୋଲର ମହମ୍ମଦ ସିରାଜ ସର୍ବାଧିକ ୩ଟି ୱିକେଟ୍‌ ନେଇଥିଲା ବେଳେ ଅକ୍ଷର ପଟେ ଓ ଅର୍ଶଦୀପ ସିଂହ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ।