ଭୁବନେଶ୍ୱର,୦୭/୦୨: ପୁଣି ବଢିଲା ସୁନା ଓ ରୂପା ଦର । ଲଗାତାର ଦୁଇ ଦିନ ହ୍ରାସ ପାଇବା ପରେ ସୁନା ଓ ରୂପା ମୂଲ୍ୟରେ ଆଜି ବଡ଼ ଧରଣର ବୃଦ୍ଧି ଦେଖାଯାଇଛି। ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ୍ ପିଛା ୨,୮୯୦ ଟଙ୍କା ବୃଦ୍ଧି ପାଇ ୧,୫୬,୬୦୦ ଟଙ୍କାରେ ପହଞ୍ଚିଛି । ସେହିଭଳି ୨୨ କ୍ୟାରେଟ୍ ସୁନାର ଦର ୨,୬୫୦ ଟଙ୍କା ବଢ଼ି ୧,୪୩,୫୫୦ ଟଙ୍କାରେ ସ୍ଥିର ହୋଇଛି।ରୂପା ଦରରେ ମଧ୍ୟ ବୃଦ୍ଧି ଘଟିଛି । ପ୍ରତି କିଲୋଗ୍ରାମ୍ ରୂପାର ମୂଲ୍ୟ ୫,୦୦୦ ଟଙ୍କା ବଢ଼ି ୨,୮୫,୦୦୦ ଟଙ୍କାରେ ପହଞ୍ଚିଛି । ନିବେଶକମାନେ ଏହାକୁ ବୁଲିଅନ୍ ବଜାରର ନୂଆ ଶକ୍ତିର ସଙ୍କେତ ଭାବୁଛନ୍ତି, କିନ୍ତୁ ବିବାହ ଓ ବଡ଼ କ୍ରୟ ଯୋଜନା କରୁଥିବା କ୍ରେତାମାନେ ମୂଲ୍ୟବୃଦ୍ଧିକୁ ନେଇ ଚିନ୍ତିତ । ବଜାର ବିଶ୍ଲେଷକମାନେ କହୁଛନ୍ତି, ଅନ୍ତର୍ଜାତୀୟ ଚାହିଦା ଓ ମୁଦ୍ରା ମୂଲ୍ୟରେ ବୃଦ୍ଧି ଓ ହ୍ରାସ ଦେଶୀୟ ବଜାରକୁ ପ୍ରଭାବିତ କରୁଛି ।