ଯମୁନା ଏକ୍ସପ୍ରେସୱେରେ ଏକ ବଡ଼ ସଡ଼କ ଦୁର୍ଘଟଣା, ୬ମୃତ

ନୂଆଦିଲ୍ଲୀ,୦୭/୦୨: ଉତ୍ତର ପ୍ରଦେଶର ମଥୁରା ଜିଲ୍ଲାର ଯମୁନା ଏକ୍ସପ୍ରେସୱେରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ପରିସ୍ରା କରିବା ପାଇଁ ବସ୍‌ରୁ ଓହ୍ଲାଇଥିବା ଯାତ୍ରୀମାନଙ୍କୁ ଏକ ଦ୍ରୁତଗାମୀ କଣ୍ଟେନର ଚାପି ଦେଇଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଛଅ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ନଅ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରିଛି । ପୁଲିସ ପକ୍ଷରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି ।ରିପୋର୍ଟ ଅନୁଯାୟୀ, ବସ୍‌ଟି ଦିଲ୍ଲୀର ନାଙ୍ଗଲୋଇରୁ କାନପୁରର ରସୁଲାବାଦକୁ ଯାତ୍ରା କରୁଥିଲା । ସୁରିର ପୁଲିସ ଷ୍ଟେସନ ଅଞ୍ଚଳର ମାଇଲଷ୍ଟୋନ୍ ୮୮ ନିକଟରେ, ଯାତ୍ରୀମାନେ ପରିସ୍ରା କରିବାକୁ ଡ୍ରାଇଭରଙ୍କୁ କହି ବସ୍ ଅଟକାଇଥିଲେ ।