ଭୁବନେଶ୍ୱର,୦୬/୦୨: ଫେବ୍ରୁଆରି ୧୯ ତାରିଖରୁ ହେବ ମାଟ୍ରିକ ପରୀକ୍ଷା ସହ ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା । ଚଳିତଥର ସର୍ବାଧିକ ୩ହଜାର ୮୨ ପରୀକ୍ଷା କେନ୍ଦ୍ରରେ ହେବ ଲାଇଭ ଷ୍ଟ୍ରିମିଙ୍ଗ ବ୍ୟବସ୍ଥା । ପ୍ରଶ୍ନପତ୍ର ଚୋରି ରୋକିବାକୁ ପ୍ରତି ପ୍ରଶ୍ନରେ କ୍ୟୁଆର କୋଡ୍ ଏବଂ ୱାଟର ମାର୍କ ବ୍ୟବସ୍ଥା କରାଯାଇଛି । ପରୀକ୍ଷା ଲାଗି ପ୍ରଶ୍ନପତ୍ର କଡ଼ା ସୁରକ୍ଷା ଭିତରେ ଷ୍ଟ୍ରଙ୍ଗ ରୁମରେ ପହଞ୍ଚିଛି । ସେପଟେ ନିର୍ଭୁଲ ପ୍ରଶ୍ନପତ୍ର, ଆଉଟ୍ ଅଫ୍ ସିଲାବସ ଏବଂ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ଚଳିତ ଥର ତିନୋଟି ଯାକ ପରୀକ୍ଷା ପାଇଁ ମୋଟ ୫ ଲକ୍ଷ ୬୦ହଜାରରୁ ଅଧିକ ପିଲା ଫର୍ମ ପୂରଣ କରିଛନ୍ତି । ପ୍ରଶ୍ନପତ୍ରକୁ ସୁରକ୍ଷିତ ରଖିବା ଲାଗି ୩୨୨ଟି ନୋଡାଲ ସେଣ୍ଟର କରାଯାଇଛି । ପରୀକ୍ଷାକୁ ଆଖି ଆଗରେ ରଖି ୬ଟି ଦୂର ଜିଲ୍ଲା ପାଇଁ ୧୦ ତାରିଖରୁ ପ୍ରଶ୍ନପତ୍ର ଯିବା ପାଇଁ ବ୍ୟବସ୍ଥା କରାଯିବ ।