ଗାଁରେ କିଛି ଦିନ ବିତାଇବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲ ମହାମହିମ

ଭୁବନେଶ୍ୱର,୦୩/୦୨: ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହକୁ ସମ୍ୱୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାସହ ଆହ୍ୱାନ ଦେଇ କହିଛନ୍ତି ପୋଷ୍ୟଗ୍ରାମ ଗ୍ରହଣ କରନ୍ତୁ ବିଶ୍ୱବିଦ୍ୟାଳୟ । ଗାଁରେ କିଛି ଦିନ ବିତାନ୍ତୁ ଛାତ୍ରଛାତ୍ରୀ ବୋଲି ମହାମହିମ ପରାମର୍ଶ ଦେଇଛନ୍ତି । ସନ୍ଧ୍ୟାରେ ପୁରୀ ଗସ୍ତ କରି ସେଠାରେ ଆଜି ରାତ୍ରିଯାପନ କରିବେ। ଆସନ୍ତାକାଲି ଶ୍ଵେତାଗଙ୍ଗା ରେ ପିଣ୍ଡଦାନ କରିବେ।

ତେବେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ଦର୍ଶନ ଓ ନାଭିଗୟାରେ ପିଣ୍ଡଦାନରୁ ଆରମ୍ଭ ହୋଇଥିଲା ରାଷ୍ଟ୍ରପତିଙ୍କ ଆଜିର କାର୍ୟ୍ୟକ୍ରମ । ରାଷ୍ଟ୍ରପତିଙ୍କୁ ସ୍ୱାଗତ ପାଇଁ ସଜେଇ ହୋଇଥିଲା ବିରଜା କ୍ଷେତ୍ର । ରାସ୍ତାର ଉଭୟ ପାର୍ଶ୍ୱରେ ସମବେତ ହୋଇ ଦେଶର ପ୍ରଥମ ନାଗରିକ ବନିଥିବା ଓଡ଼ିଆ ଝିଅଙ୍କୁ ଅତି ଉତ୍ସାହର ସହ ପାଛୋଟି ନେଇଥିଲେ ଯାଜପୁରବାସୀ । ସ୍ୱତନ୍ତ୍ର ସୁରକ୍ଷା ବଳୟରେ ବିରଜା ମନ୍ଦିରକୁ ଯାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।