ସନ୍ଦେହରେ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ କ୍ବାର୍ଟରରେ ସହୟକଙ୍କ ମୃତ୍ୟୁ

ଭୁବନେଶ୍ୱର,୩୦/୦୧: ଚର୍ଚ୍ଚାରେ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ କ୍ବାର୍ଟରରେ ସହୟକଙ୍କ ମୃତ୍ୟୁ। ଏହାକୁ ନେଇ ଆରମ୍ଭ ହୋଇଛି ତନାଘନା। କ୍ବାର୍ଟର ଭିତରେ ସହାୟକ ଭାବେ କାମ କରୁଥିଲେ, ପାଟଣାଗଡ ବେଲପଡାର ଶଙ୍କର୍ଷଣ ନାଗ। ୪୬ ବର୍ଷିୟ ଶଙ୍କର୍ଷଣଙ୍କ ସନ୍ଦେହ ଜନକ ମୃ୍ତ୍ୟୁ ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଛି। କାହିଁକି ନା ଶଙ୍କର୍ଷଣଙ୍କୁ ବୁଧବାର ସକାଳ ସାଢେ ୬ଟାରୁ ମନ୍ତ୍ରୀଙ୍କ କ୍ବାର୍ଟରରୁ ସିଧା କ୍ୟାପିଟାଲ ହସ୍ପିଟାଲ ନିଆ ଯଆଇଥିଲା। ଆଉ ତାପରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଶବ ବ୍ୟବଚ୍ଛେଦ କରାଇ ଶଙ୍କର୍ଷଣଙ୍କ ମୃତ ଦେହକୁ ନିଜ ଗାଁକୁ ପଠାଇ ଦେଇଥିଲା ପୁଲିସ। ତେବେ ଏହିଭଳି ତରବରିଆ ଭାବେ ପୁଲିସର କାର୍ଯ୍ୟ ମନ୍ତ୍ରୀଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି ।ମନ୍ତ୍ରୀଙ୍କ କ୍ବାର୍ଟରରେ ସହାୟକଙ୍କ ମୃତ୍ୟୁ ବାବଦରେ ପୁଲିସ ମୁହଁ ଖୋଲୁନଥିବାରୁ ସନ୍ଦେହ ଆହୁରି ବଢିଯାଇଛି।