ଫେବ୍ରୁଆରିରୁ ନୂଆ ନିୟମ, ସମସ୍ତ ନୂଆ ଫାସଟ୍ୟାଗ୍ ପାଇଁ KYVର ଆବଶ୍ୟକତା ପଡ଼ିବ ନାହିଁ

ଭୁବନେଶ୍ୱର,୩୦/୦୧: ଲକ୍ଷ ଲକ୍ଷ ବ୍ୟକ୍ତିଗତ ଗାଡ଼ି ଚାଳକଙ୍କ ଏହି ଦୈନନ୍ଦିନ ସମସ୍ୟାର ସମାଧାନ ଏବେ କରିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ।ଏନଏଚଏଆଇ ନୂଆ ଫାସଟ୍ୟାଗ୍ ଜାରି କରିବା ପ୍ରକ୍ରିୟାକୁ ଅଧିକ ସହଜ କରିବାକୁ ଏକ ବଡ଼ ନିଷ୍ପତ୍ତି ନେଇଛି । ବ୍ୟକ୍ତିଗତ ଗାଡ଼ିଗୁଡ଼ିକ ପାଇଁ ଫାସଟ୍ୟାଗ୍ ଜାରି ହେବା ପରେ କରାଯାଉଥିବା ବାଧ୍ୟତାମୂଳକ KYV ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଛି। ଏହି ନୂଆ ନିୟମ ୧ ଫେବୃଆରୀ ୨୦୨୬ରୁ ସାରା ଦେଶରେ ଲାଗୁ ହେବ । ଏହାଦ୍ୱାରା ଟୋଲ୍ ପ୍ଲାଜାରେ ଅଯଥା ରୋକ କମିବ, କାଗଜପତ୍ର କାମର ବୋଝ ହ୍ରାସ ପାଇବ ଏବଂ ଯାତ୍ରା ଆହୁରି ସୁଗମ ହେବ ।

୧ ଫେବ୍ରୁଆରି ୨୦୨୬ ବା ତା’ପରେ ଜାରି ହେବାକୁ ଥିବା ସମସ୍ତ ନୂଆ ଫାସଟ୍ୟାଗ୍ ପାଇଁ KYVର ଆବଶ୍ୟକତା ପଡ଼ିବ ନାହିଁ । କାର୍, ଜିପ୍ ଏବଂ ଭ୍ୟାନ୍ ଭଳି ଛୋଟ ଗାଡ଼ିଗୁଡ଼ିକ ପାଇଁ ଏହି ନିୟମ କୋହଳ କରାଯାଇଛି । ପୂର୍ବରୁ ଫାସଟ୍ୟାଗ୍ ସକ୍ରିୟ ହେବା ପରେ ମଧ୍ୟ ଗାଡ଼ି ମାଲିକଙ୍କୁ ବାରମ୍ବାର ଡକ୍ୟୁମେଣ୍ଟ ମଗାଯାଉଥିଲା । ସଠିକ୍ ଡକ୍ୟୁମେଣ୍ଟ ଦେବା ପରେ ମଧ୍ୟ ଅନେକ ସମୟରେ ଫାସଟ୍ୟାଗ୍ ସସପେଣ୍ଡ୍ ହୋଇଯାଉଥିଲା, ଯାହା ଏବେ ବନ୍ଦ ହେବ ।