ଇରାନର ସୁରକ୍ଷା ଏଜେନ୍ସିକୁ ଆତଙ୍କବାଦୀ ଘୋଷଣା କଲା ୟୁରୋପୀୟ ସଂଘ

ନୂଆଦିଲ୍ଲୀ,୩୦/୦୧: ବଢ଼ିଲା ଇରାନ-ୟୁରୋପ ବିବାଦ। ଇରାନର ସୁରକ୍ଷା ଏଜେନ୍ସିକୁ ଆତଙ୍କବାଦୀ ଘୋଷଣା କଲା ୟୁରୋପୀୟ ସଂଘ। ଇରାନର ଇସଲାମିକ୍ ରେଭଲ୍ୟୁସନାରି ଗାର୍ଡ କର୍ପସ୍ (IRGC))-କୁ ଆତଙ୍କବାଦୀ ସଂଗଠନ ଭାବରେ ଚିହ୍ନିତ କରିଛି । ଇଉରୋପୀୟ ସଂଘର ବୈଦେଶିକ ମନ୍ତ୍ରୀମାନେ ଇରାନର ଇସଲାମିକ୍ ରେଭଲ୍ୟୁସନାରି ଗାର୍ଡ କର୍ପସକୁ ଆତଙ୍କବାଦୀ ସଂଗଠନ ଭାବେ ଗଣିବାକୁ ସମ୍ମତି ପ୍ରକାଶ କରିଛନ୍ତି । ଏହି ଶକ୍ତିଶାଳୀ ସୈନ୍ୟ ବାହିନୀକୁ ଇସଲାମିକ୍ ଷ୍ଟେଟ୍ ଏବଂ ଆଲ୍-କାଏଦା ଭଳି  ଆତଙ୍କବାଦୀ ସଙ୍ଗଠନ ବର୍ଗରେ ରଖିଛି ।  ଏହି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖି ଇଉରୋପୀୟ ସଂଘର ବିଦେଶ ନୀତି ମୁଖ୍ୟ କାଜା କାଲାସ୍ କହିଛନ୍ତି,  ଯେଉଁ ଶାସନ ନିଜର ହଜାର ହଜାର ଲୋକଙ୍କୁ ହତ୍ୟା କରୁଛି , ତାହା ନିଜର ବିନାଶ ଆଡ଼କୁ ଯାଉଛି। ଇସ୍ରାଏଲ ବିଦେଶ ମନ୍ତ୍ରୀ ଏହି ପଦକ୍ଷେପକୁ “ଐତିହାସିକ” ବୋଲି ବର୍ଣ୍ଣନା କରିଛନ୍ତି । ଏହି ପଦକ୍ଷେପ ଇରାନ ଭିତରେ IRGCର ଭୂମିକା ଉପରେ ବଢ଼ିଥିବା ଯାଞ୍ଚ ମଧ୍ୟରେ ଆସିଛି ।