ଅଜିତ ପାୱାରଙ୍କର ବିମାନ ଦୁର୍ଘଟଣା ଘଟଣା, ବ୍ଲାକ୍ ବକ୍ସ ଉଦ୍ଧାର

ନୂଆଦିଲ୍ଲୀ,୨୯/୦୧: ବିମାନ ଦୁର୍ଘଟଣାରେ ବୁଧବାର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କର ପରଲୋକ ଘଟିଥିଲା । ଅଜିତ ପାୱାର ବୁଧବାର ସକାଳ ୮ଟାରେ ମୁମ୍ବାଇରୁ ଏକ ଚାଟାର୍ଡ ବିମାନରେ ବାରାମତି ଅଭିମୁଖେ ବାହାରିଥିଲେ । ବାରାମତିଠାରେ ତାଙ୍କ ବିମାନ ଜରୁରୀକାଳୀନ ଅବତରଣ କରିବାକୁ ଚେ‌ଷ୍ଟା କରୁଥିବାବେଳେ ଖଣ୍ଡ ଖଣ୍ଡ ହୋଇ ଜଳି ଯାଇଥିଲା । ଏହି ବିମାନର ବ୍ଲାକବକ୍ସ ମିଳିଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଯେଉଁ ବିମାନରେ ଯାତ୍ରା କରୁଥିଲେ ତାହାର ବ୍ଲାକ ବାକ୍ସ ଉଦ୍ଧାର କରାଯାଇଛି ।ଏଏଆଇବି ଦିଲ୍ଲୀର ତିନି ଜଣ ଅଧିକାରୀଙ୍କ ଏକ ଦଳ ଏବଂ ମୁମ୍ବାଇ ଆଞ୍ଚଳିକ କାର୍ଯ୍ୟାଳୟର ଡିଜିସିଏର ତିନି ଜଣ ଅଧିକାରୀଙ୍କ ଏକ ଦଳ ବୁଧବାର ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ । ଏଏଆଇବିର ମହାନିର୍ଦ୍ଦେଶକ ମଧ୍ୟ ସେହି ଦିନ ଘଟଣାସ୍ଥଳରେ ପହଞ୍ଚିଥିଲେ। ତଦନ୍ତ ଦ୍ରୁତ ଗତିରେ ଚାଲିଛି ଏବଂ ବିମାନର ବ୍ଲାକ୍ ବାକ୍ସ ଉଦ୍ଧାର କରାଯାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି ଯେ ଲିୟରଜେଟ୍ ୪୫ ବିମାନରୁ କକପିଟ୍ ଭଏସ୍ ରେକର୍ଡର୍ ଏବଂ ଫ୍ଲାଇଟ୍ ଡାଟା ରେକର୍ଡର୍ ଉଦ୍ଧାର କରାଯାଇଛି ।