ନୂଆଦିଲ୍ଲୀ,୨୮/୦୧: କଂଗ୍ରେସର ବହିଷ୍କୃତ ବିଧାୟକ ରାହୁଲ ମାମକୁଟାଥିଲଙ୍କୁ ତୃତୀୟ ଯୌନ ନିର୍ୟାତନା ମାମଲାରେ ବୁଧବାର କେରଳର ଏକ କୋର୍ଟ ଜାମିନ ପ୍ରଦାନ କରିଛି। ଏହି ମାମଲାରେ ସେ ଚଳିତ ମାସ ଗିରଫ ହୋଇଥିଲେ। ମାମକୁଟାଥିଲଙ୍କୁ ପଥନମ୍ଥିତ୍ତ ଜିଲ୍ଲା କୋର୍ଟରୁ ଆଜି ଜାମିନ୍ ମିଳିଯାଇଛି । ଏହାପୂର୍ବରୁ ଏହି ମାମଲାରେ ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟ କଂଗ୍ରେସ ବିଧାୟକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ରହିଥିବା ଦର୍ଶାଇ ଜାମିନ ପ୍ରଦାନ କରିନଥିଲେ । ଅନ୍ୟ ଦୁଇଟି ଦୁଷ୍କର୍ମ ମାମଲାରେ କେରଳ ହାଇକୋର୍ଟ ଏବଂ ତିରୁଅନନ୍ତପୁରମସ୍ଥିତ ସେସନ୍ସ କୋର୍ଟ ବିଧାୟକଙ୍କୁ ଗିରଫଦାରୀରୁ ସୁରକ୍ଷା ପ୍ରଦାନ କରିଥିଲା ।