୧୮ତମ ନିଯୁକ୍ତି ମେଳାରେ ୬୧,୦୦୦ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୪/୦୧: ଯୁବକ ଯୁବତୀଙ୍କୁ ବଡ଼ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୮ତମ ନିଯୁକ୍ତି ମେଳାରେ ୬୧,୦୦୦ ଯୁବକ ଯୁବତୀଙ୍କୁ ସରକାରୀ ସେବା ପାଇଁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ନିଯୁକ୍ତି ପତ୍ରକୁ ନେସନ୍ ବିଲ୍ଡିଂ ବା ରାଷ୍ଟ୍ର ନିର୍ମାଣ ଭାବେ ବର୍ଣ୍ଣନା କରିଛନ୍ତି ମୋଦୀ । ଅର୍ଥାତ୍ ଏହି ନିଯୁକ୍ତି ପତ୍ର ଦ୍ଵାରା କେବଳ ଯୁବକ ଯୁବତୀଙ୍କୁ ଚାକିରି ମିଳିବ ତା ନୁହେଁ, ଦେଶକୁ ଏକ ନୂଆ ଗତି ମିଳିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି, ଆଜି ଏହି ଯୁବକମାନଙ୍କ ଜୀବନରେ ଏକ ନୂତନ ଆରମ୍ଭ ହେଲା । ଏହି ନିଯୁକ୍ତି ପତ୍ରଗୁଡ଼ିକୁ କେବଳ ଏକ ଦସ୍ତାବିଜ ନୁହେଁ, ବରଂ ଏହା ଏକ “ରାଷ୍ଟ୍ର ନିର୍ମାଣ ପାଇଁ ନିମନ୍ତ୍ରଣ ପତ୍ର” ଏବଂ ଏକ “ସଂକଳ୍ପ ପତ୍ର” । ଯାହା ଏକ ବିକଶିତ ଭାରତ ନିର୍ମାଣକୁ ତ୍ୱରାନ୍ୱିତ କରିବ ।