୨୨୦ କୋଟି ଟଙ୍କାରେ କାର୍ଯ୍ୟକାରୀ ହେବ ମହାନଦୀ ରିଭରଫ୍ରଣ୍ଟ ଯୋଜନା

ଭୁବନେଶ୍ୱର,୨୩/୦୧:ନେତାଜୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ୨୨୦ କୋଟି ଟଙ୍କାରେ କାର୍ଯ୍ୟକାରୀ ହେବ ମହାନଦୀ ରିଭରଫ୍ରଣ୍ଟ ଯୋଜନା । ଖୁବ୍‌ଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ ହେବ । ଆଉ କିଛି ମାସ ଭିତରେ କଟକ ଚଣ୍ଡୀ ମନ୍ଦିରର କାମ ଶେଷ ହେବ । ନୂଆ ରୂପ ପାଇବ କଟକ ଶିଶୁ ଭବନ । ମୁଖ୍ୟମନ୍ତ୍ରୀ ଏ ନେଇ ଘୋଷଣା କରିବା ସହ ଓଡ଼ିଶା ଏବେ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ୁଥିବା କହିଛନ୍ତି । ପରାକ୍ରମ ଦିବସ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଆସି ପରିଦର୍ଶନ କରିବା ସହ ସାଂସ୍କୃତିକ ଭବନର ଉଦଘାଟନ କରିଛନ୍ତି । ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଉପରାଷ୍ଟ୍ରପତି ନେତାଜୀ ମ୍ୟୁଜିୟମରେ ରହିଥିଲେ । ତାଙ୍କ ସହ ଥିଲେ ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କଟକ ସାଂସଦ ଭର୍ତ୍ତୃହରି ମହତାବ, ମେୟର ଓ ସ୍ଥାନୀୟ ବିଧାୟକ ଉପସ୍ଥିତ ଥିଲେ ।