ରାଜଧାନୀରେ ପୁଣି ଆମ ବସ୍ ଦୁର୍ଘଟଣା, ବାଇକ୍‌କୁ ଧକ୍କା ଦେଲା, ଅଳ୍ପକେ ବର୍ତ୍ତିଲେ ଚାଳକ

ଭୁବନେଶ୍ୱର,୨୩/୦୧: ରାଜଧାନୀରେ ପୁଣି ଆମ ବସ୍ ଦୁର୍ଘଟଣା । ମାଷ୍ଟର କ୍ୟାଣ୍ଟିନରୁ ରାଜମହଲ ଅଭିମୁଖେ ଯାଉଥିଲା ୮୨ ନମ୍ବର ରୁଟ୍‌ର ଆମ ବସ୍ । ଜନପଥ ରାସ୍ତାରେ ହଠାତ୍ ଏକ ବାଇକ୍‌କୁ ଧକ୍କା ଦେଇଥିଲା । ବସ୍ ତଳେ ଚାପି ହୋଇଗଲା ବାଇକ୍ । ଚାଳକ ତ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି, ଦୁର୍ଘଟଣାରେ ବାଇକ୍ କିନ୍ତୁ କ୍ଷତିଗ୍ରସ୍ତ ହୋଇଛି । ବାଇକ୍ ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ତୁମୂଳକାଣ୍ଡ ଘଟାଇଛନ୍ତି ଉତ୍ତ୍ୟକ୍ତ ଲୋକେ । ରାସ୍ତାରେ ଯାଉଥିବା ଅନ୍ୟ ଆମ ବସ୍ ଉପରକୁ ଉତ୍ତ୍ୟକ୍ତ ଲୋକେ ଆକ୍ରମଣ କରିଥିଲେ । ସ୍ଥିତି ଏପରି ହୋଇଥିଲା ପୁଲିସକୁ ମୃଦୁ ଲାଠି ଚାଳନା କରିବାକୁ ପଡ଼ିଥିଲା । ପରେ ପୁଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବସ୍ ଜବତ କରିବା ସହ ଆହତ ବାଇକ୍ ଚାଳକଙ୍କୁ ମେଡିକାଲରେ ଭର୍ତ୍ତି କରିଛି ।