ନୂଆଦିଲ୍ଲୀ,୨୧/୦୧: ଉତ୍ତର କାଶ୍ମୀରର କୁପୱାଡ଼ା ଜିଲ୍ଲାର କେରନ ସେକ୍ଟରରେ ଗତକାଲି ରାତିରେ ନିୟନ୍ତ୍ରଣ ରେଖା ନିକଟରେ ଉତ୍ତେଜନା ଦେଖାଯାଇଛି। ଭାରତ ଓ ପାକିସ୍ତାନ ସେନା ମଧ୍ୟରେ ଗୁଳି ବିନିମୟ ହୋଇଛି। ନିୟନ୍ତ୍ରଣ ରେଖାରେ ଭାରତୀୟ ସେନା କ୍ୟାମେରା ଲଗାଉଥିବା ସମୟରେ ପାକିସ୍ତାନ ସେନା ପକ୍ଷରୁ ଗୁଳିଚାଳନା କରାଯାଇଥିଲା। ଭାରତ ପକ୍ଷରୁ ଏହାର ଦୃଢ଼ ଜବାବ ଦିଆଯାଇଥିଲା।ସୂଚନାଯୋଗ୍ୟ, ୬ ରାଷ୍ଟ୍ରୀୟ ରାଇଫଲ୍ସର ସି କମ୍ପାନି କେରନ ସେକ୍ଟରରେ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ସଦୃଢ଼ କରିବାକୁ କ୍ୟାମେରା ଲଗାଉଥିଲା। ଏହି ସମୟରେ ପାକିସ୍ତାନ ସେନା ପକ୍ଷରୁ ହଠାତ୍ ଦୁଇ ରାଉଣ୍ଡ ଗୁଳିଚାଳନା କରାଯାଇଥିଲା। ଭାରତୀୟ ସେନା ପକ୍ଷରୁୁ ଏହାର ଦୃଢ଼ ଜବାବ ଦିଆଯାଇଥିଲା। ଏଥିରେ କେହି ମୃତାହତ ହୋଇନଥିବାବେଳେ ଅନୁପ୍ରବେଶ ଉଦ୍ୟମ ବିଫଳ କରାଯାଇଥିବା ପ୍ରତିରକ୍ଷା ସୂତ୍ରରୁ କୁହାଯାଇଛି।