ଭୁବନେଶ୍ୱର,୨୧/୦୧: ଧିରେ ଧିରେ ବଢ଼ୁଛି ରାତି ତାପମାତ୍ରା । ୪ଦିନରେ ଉପକୂଳରେ ୩ ଡିଗ୍ରି ତାପମାତ୍ରା ବଢ଼ିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ୭ ଡିଗ୍ରି ପାରଦ ବଢ଼ିଲାଣି । ଆଜି ସକାଳ ସାଢ଼େ ୫ଟାରେ ଭୁବନେଶ୍ବରରେ ୧୪.୬ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ପଶ୍ଚିମ ଓଡ଼ିଶାରେ ବଢ଼ିଲା ଦିନର ତାପମାତ୍ରା । ଝାରସୁଗୁଡ଼ାରେ ୭.୨ଡିଗ୍ରି ତାପମାତ୍ର ବଢ଼ିବା ସହ ୧୪ଡିଗ୍ରି ରେକର୍ଡ କରାଯାଇଛି । କେନ୍ଦୁଝରରେ ୧୪.୬, ପାରାଦ୍ୱୀପରେ ୧୫.୪, ବାଲେଶ୍ୱରରେ ୧୬, ଚାନ୍ଦବାଲିରେ ୧୬.୨, ଗୋପାଳପୁରରେ ୧୬.୮ ଓ ପୁରୀରେ ୧୮.୪ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି ।