ଭୁବନେଶ୍ୱର,୨୦/୦୧: ରାଜଧାନୀ ଭୁବନେଶ୍ୱରରେ ଭୟାବହ ଅଗ୍ନିକାଣ୍ଡ । ୟୁନିଟ୍-ୱାନ୍ ବା ୧ ନମ୍ବର ହାଟରେ ନିଆଁ ଲାଗି ଜଳିଯାଇଛି ୨୫ରୁ ଅଧିକ ଦୋକାନ । ପ୍ରାୟ କୋଟିଏ ଟଙ୍କାର ସମ୍ପତ୍ତି ଜଳିପଡ଼ି ପାଉଁଶ ହୋଇଯାଇଛି । ବିଳମ୍ବିତ ରାତି ପାଖାପାଖି ଗୋଟାଏ ରେ ହଠାତ କ୍ୟାପିଟାଲ ଥାନା ପାର୍ଶ୍ବରେ ଥିବା ୟୁନିଟ- ୧ ହାଟର ଗୋଟିଏ ଦୋକାନରେ ନିଆଁ ଲାଗିଥିଲା । ଗୋଟିଏ ପରେ ଗୋଟିଏ ଦୋକାନ ଜଳି ଚାଲିଥିଲା। ପାଖାପାଖି ୨୫ଟି ଦୋକାନ ଏହି ନିଆଁରେ ଜଳିଯାଇଛି। ନିଆଁ ଲିଭାଇବା ପାଇଁ କଳ୍ପନା, ତମାଣ୍ଡୋ, ସଚିବାଳୟ, ଚନ୍ଦ୍ରଶେଖରପୁର, ବାଲିପାଟଣା ଓ ପାହାଳ ଦମକଳବାହିନୀ ସହ ସେଣ୍ଟ୍ରାଲ୍ ଷ୍ଟ୍ରାଇକ୍ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଲିଭାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ । ନିଆଁର ପ୍ରକୋପ ଭୟଙ୍କର ହୋଇଥିବାରୁ ଲିଭାଇବା ପାଇଁ ଆସିଥିବା ୭୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ହାଟ ଭିତରକୁ ପଶିପାରିନଥିଲେ। ପ୍ରାୟ କୋଟିଏ ଟଙ୍କାର ସମ୍ପତ୍ତି ଜଳିପଡ଼ି ପାଉଁଶ ହୋଇଯାଇଛି । ତେବେ କେମିତି ଘଟିଲା ଏତେ ବଡ ଅଗ୍ନିକାଣ୍ଡ, ତାର କାରଣ ସ୍ପଷ୍ଟ ହୋଇନାହିଁ । ସୂଚନା ଅନୁସାରେ କ୍ୟାପିଟାଲ ଥାନା ନିକଟ ଭୁବନେଶ୍ବର ୧ ନମ୍ବର ହାଟର ଭେଣ୍ଡିଂ ଜୋନ ଓ ପ୍ଲାଷ୍ଟିକ ଦୋକାନରେ ନିଆଁ ଲାଗି ଯାଇଥିଲା । ଗୋଟିଏ ଦୋକାନରେ ନିଆଁ ଲାଗିବା ଫଳରେ ଅନ୍ୟ ଦୋକାନକୁ ବ୍ୟାପି ଯାଇଥିଲା ।