ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା, ଅତି କମରେ ୨୧ ଯାତ୍ରୀ ମୃତ !

ନୂଆଦିଲ୍ଲୀ,୧୯/୦୧: ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା । ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା । ଗୋଟିଏ ଟ୍ରେନ ଲାଇନଚ୍ୟୁତ୍ ହୋଇ ଅନ୍ୟ ଟ୍ରାକ୍‌ରେ ପଡିବା ପରେ ଧକ୍କା ଦେଲା ଅନ୍ୟ ଏକ ଟ୍ରେନ୍ । ଅତି କମରେ ୨୧ ଯାତ୍ରୀ ମୃତ, ଶତାଧିକ ଆହତ ହୋଇଥିବା ସୂଚନା । ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ଦୁର୍ଘଟଣା ଦକ୍ଷିଣ ସ୍ପେନର ଆଡାମୁଜ୍ ନଗର ନିକଟରେ ଘଟିଛି । ମାଲାଗାରୁ ମାଡ୍ରିଡ୍ ଯାତ୍ରା କରୁଥିବା ଦ୍ରୁତ ବେଗର ଟ୍ରେନ୍ ଲାଇନଚ୍ୟୁତ ହୋଇ ପାଖ ଟ୍ରାକ୍ ଉପରେ ପଡ଼ିଯାଇଥିଲା । ବିପରୀତ ଦିଗରେ ଯାଉଥିବା ମାଡ୍ରିଡ୍ରୁ ହୁଏଲଭା ଯାତ୍ରା କରୁଥିବା ଦ୍ୱିତୀୟ ଟ୍ରେନ୍ ଏଥିରେ ଧକ୍କା ହୋଇଛି । ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ଘଟଣାକୁ ନେଇ ଦୁଖଃ ପ୍ରକାଶ କରିଛନ୍ତି । ୩୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସା ପାଉଛନ୍ତି । କ’ଣ ପାଇଁ ଟ୍ରେନ ଲାଇନଚ୍ୟୁତ ହେଲା ତା’ର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।