ରାଜ୍ୟକୁ ଆସିବ ୧ ଲକ୍ଷ କୋଟି ଟଙ୍କାର ନିବେଶ, ସୃଷ୍ଟି ହେବ ୯୦ ହଜାର ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୧୮/୦୧: କୋଲକାତାରେ ଦେଶ ବିଦେଶର ବଡ଼ ବଡ଼ ଉଦ୍ୟୋଗର ପ୍ରତିନିଧିମଣ୍ଡଳୀଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅନେକ ନିବେଶକ ମାନଙ୍କ ସହିତ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟକୁ ଆସିବ ୧ ଲକ୍ଷ କୋଟି ଟଙ୍କାର ନିବେଶ । ଯାହାଦ୍ବାରା ୯୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଏଥିପାଇଁ ୨୭ଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଏହା ଦ୍ୱରା ଭିଜନ ୨୦୩୬ ଓ ୨୦୪୭କୁ ବଳ ଯୋଗାଇବ। ଏହି ସମୟ ଉପଯୁକ୍ତ ସମୟ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।