ଭୁବନେଶ୍ୱର, ୧୭/୦୧: ଓଡ଼ିଶାରେ ଜାରି ରହିଛି ଶୀତ ଲହର । ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୧୫ ଡିଗ୍ରୀ ଭିତରେ ରହିଛି । ଆଜି ୧୬ ଜିଲ୍ଲାକୁ ପ୍ରବଳ ଶୀତ ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଏସବୁ ଜିଲ୍ଲାଗୁଡିକ ହେଉଛି ସୁନ୍ଦରଗଡ଼, ଝାରସୁଗୁଡା, କେନ୍ଦୁଝର, ମୟୁରଭଞ୍ଜ. ଅନୁଗୁଳୁ, ବୌଦ୍ଧ, କନ୍ଧମାଳ, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ । ସେପଟେ କୁହୁଡି ନେଇ ଦୁଇ ଦିନ ପାଇଁ ୧୧ ଜିଲ୍ଲା ପାଇଁ ସତର୍କତା ଜାରି ହୋଇଛି । ରାଜ୍ୟରେ ପାଡାଡିଆ ଅଞ୍ଚଳ କନ୍ଧମାଳ ଜି ଉଦୟଗିରିରେ ସବୁଠୁ କମ୍ ୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।