ପୂର୍ବତନ ମନ୍ତ୍ରୀ ସୁରେଶ କଲମାଡିଙ୍କ ଦେହାନ୍ତ

ନୂଆଦିଲ୍ଲୀ,୦୬/୦୧ : କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେଶ କଲମାଡିଙ୍କ ଆଜି ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ଅନ୍ତିମ ସଂସ୍କାର ପୁନେର ବୈକୁଣ୍ଠ ଧାମରେ ସଂପୂର୍ଣ୍ଣ ହେବ । କଂଗ୍ରେସର ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ତଥା ବରିଷ୍ଠ ନେତା ସୁରେଶ କଲମାଡିଙ୍କ ପରଲୋକ ହୋଇଛି । ଦାର୍ଘଦିନ ଧରି ଅସୁସ୍ଥ ଥିବା ସୁରେଶଙ୍କର ଆଜି ୮୧ ବର୍ଷ ବୟସରେ ମୃତ୍ୟୁ ହୋଇଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ସୂଚନା ଅନୁଯାୟୀ କାମନ ଓ୍ବେଲ୍ଥ ଗେମ୍ସ ଘୋଟାଲାରେ ତାଙ୍କ ନାଁ ଆସିବା ପରେ ସେ ତାଙ୍କ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହି ବିବାଦ ପୁରା ଦେଶ ସାରା ବ୍ୟାପିଯାଇଥିଲା । ଯାହା ଫଳରେ ଅନେକ ରାଜନୈତିକ ଉତ୍ଥାନ ପତନ ଦେଖିବାକୁ ମିଳିଥିଲା ।