ଭୁବନେଶ୍ୱର,୦୫/୦୧: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜିଠାରୁ ଦୁଇଦିନିଆ ତାମିଲନାଡୁ ଗସ୍ତରେ ଅଛନ୍ତି । ଚଳିତବର୍ଷ ତାମିଲନାଡୁ ବିଧାନସଭା ନିର୍ବାଚନରେ ବିଜେପି ତଥା ଏନଡିଏର ରଣନୀତିକୁ ଅମିତ ଶାହ ଆହୁରି ପ୍ରଭାବଶାଳୀ କରିବାକୁ ଚେଷ୍ଟା କରିବେ । ତାମିଲନାଡୁ ସରକାରଙ୍କ ବିରୋଧରେ ରାଜ୍ୟ ବିଜେପି ସଭାପତି ଏନ. ନଗେନ୍ଦ୍ରନଙ୍କ ରାଜ୍ୟବ୍ୟାପୀ ଯାତ୍ରାର ଉଦଯାପନୀ ଉତ୍ସବରେ ଯୋଗଦେବେ । ଏଥିପାଇଁ ପୁଡୁକୋଟ୍ଟାଇରେ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।ଏହା ସହିତ ଅମିତ ଶାହ ବିଜେପି ଓ ଏନଡିଏ ଅଂଶୀଦାର ଦଳ ଏଆଇଏଡିଏମକେ ଏବଂ ଅନ୍ୟଦଳର ନେତାଙ୍କ ସହିତ ସାକ୍ଷାତ ଆଲୋଚନା କରିବେ । ବିଧାନସଭା ନିର୍ବାଚନ ପୂର୍ବରୁ ତାମିଲନାଡୁରେ ବିଭିନ୍ନ ଦଳ ଓ ଗୋଷ୍ଠୀକୁ ଏନଡିଏରେ ସାମିଲ କରିବା ଅମିତ ଶାହଙ୍କ ଗସ୍ତର ଅନ୍ୟତମ ଲକ୍ଷ୍ୟ ବୋଲି କୁହାଯାଉଛି ।