ଭେନଜୁଏଲା ରାଷ୍ଟ୍ରପତି ନିକୋଲାସ ମଦୁରୋଙ୍କୁ ବେଡ ରୁମରୁ ଉଠାଇ ନେଲା ଆମେରିକା

ଭୁବନେଶ୍ୱର,୦୪/୦୧: ଭେନଜୁଏଲା ରାଷ୍ଟ୍ରପତି ନିକୋଲାସ ମଦୁରୋଙ୍କୁ ବେଡ ରୁମରୁ ଉଠାଇ ନେଲା ଆମେରିକା। ଭେନଜୁଏଲା କାରାକାସ୍ର ମିଲିଟାରୀ ବେସରେ କଡା ସୁରକ୍ଷା ବଳୟ ଭିତରେ ଏକ ଘରେ ରହିଥିବା ବେଳେ ଚଢାଉ କରିଥିଲେ ଆମେରିକାର ଫୋର୍ସ । ନିକୋଲାସ ମଦୁରୋଙ୍କ ସହ ତାଙ୍କ ପତ୍ନୀ ଙ୍କୁ ବେଡରୁମରୁ ଘୋଷାଡି ନେଇଥିବା ନେଇ ଆନ୍ତଜାତୀୟ ଗଣମାଧ୍ୟମ ସଂସ୍ଥା ସିଏନଏନ୍ ରିପୋର୍ଟ କରିଛି । ନିକୋଲାସ ମଦୁରୋଙ୍କୁ ଆମରିକାର ଏକ ଯୁଦ୍ଧବିମାନରେ ଅଣାଯାଇଥିବା ଫଟୋ ସେୟାର କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭେନଜୁଏଲା ରାଷ୍ଟ୍ରପତି ନିକୋଲାସ ମଦୁରୋଙ୍କ ବିରୋଧରେ ଡ୍ରଗ୍ସ ଏବଂ ଆତଙ୍କବାଦୀ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି । ଭେନଜୁଏଲାର ବିଭିନ୍ନ ଠିକଣା ଉପରେ ବୋମାବର୍ଷଣ କରିଛି ଆମେରିକା । ଆମେରିକା ଭେନଜୁଏଲା ଉପରେ ଶାସନ କରିବ ବୋଲି କହିଛନ୍ତି ଟ୍ରମ୍ପ । ଏହି ଅପରେସନ୍ ଆମେରିକାର ମିଲିଟାରୀ ଶକ୍ତିର ପ୍ରଦର୍ଶନ କରୁଛି ବୋଲି କହିଛନ୍ତି । ବିଶ୍ବ ଇତିହାସରରେ ପ୍ରଥମ ଥର କୌଣସି ଦେଶ ଉପରେ ନିଶା କାରବାର ଅଭିଯୋଗରେ ଆକ୍ରମଣ ହୋଇଛି । ଆମେରିକାର ଭେନଜୁଏଲା ଉପରେ ଏଭଳି ଆକ୍ରମଣକୁ ନେଇ ନିନ୍ଦା କରିଛନ୍ତି ଋଷ ଓ ଚୀନ । ଘଟଣାକୁ ନେଇ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଉଠାଇବାକୁ ଦାବି କରିଛି ଋଷିଆର ବୈଦେଶିକ ମନ୍ତ୍ରଣାଳୟ ।