ଦିନ ୧୧ଟା ପର୍ଯ୍ୟନ୍ତ ଚିଲିକାରେ ଚାଲିବନି କୌଣସି ପ୍ରକାର ଡଙ୍ଗା

ଭୁବନେଶ୍ୱର,୦୨/୦୧: କୁହୁଡ଼ି ପାଇଁ ଚିଲିକାରେ ଡଙ୍ଗା ଚଳାଚଳକୁ ନେଇ ଲାଗିଲା କଟକଣା । ଗତକାଲିର ଅଘଟଣ ପରେ ପୁରୀ ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ । ଦିନ ୧୧ଟା ପର୍ଯ୍ୟନ୍ତ ଚିଲିକାରେ କୌଣସି ପ୍ରକାର ଡଙ୍ଗା ଚାଲିବନି । ପର୍ଯ୍ୟଟକଙ୍କ ବୋଟ୍, ଛୋଟ ମଟର, ମାଲ ବାହି ଡଙ୍ଗା ଓ ଭସାପୋଲ ସବୁକିଛିରେ କଟକଣା ଲଗାଇଲେ ପୁରୀ ଜିଲ୍ଲାପାଳ । ପ୍ରବଳ କୁହୁଡ଼ିରେ ଚିଲିକା ଅଞ୍ଚଳରେ ଦୃଶ୍ୟମାନତା କମୁଥିବାରୁ ଏଭଳି ଦୃଢ଼ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ଘନ କୁହୁଡ଼ି ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଜିଲ୍ଲାପାଳ । ଘନ କୁହୁଡି ସମୟରେ କୌଣସି ବି ପରିବହନ ଯେପରି ନ ହୁଏ ତାକୁ ନଜର ରଖିବେ ପୁଲିସ ଓ ସ୍ଥାନୀୟ ପ୍ରଶାସନ । ଏନେଇ ସ୍ଥାନୀୟ ଲୋକଙ୍କୁ ଡାକ ବାଜି ଯନ୍ତ୍ର ଦ୍ବାରା ସଚେତନ କରାଇବେ ସ୍ଥାନୀୟ ବିଡ଼ିଓ ।