ନୂଆଦିଲ୍ଲୀ,୧/୦୧/୨୦୨୬: ସ୍ୱିଜରଲ୍ୟାଣ୍ଡରେ ନୂଆବର୍ଷ ପାଳନ କରୁଥିବା ବେଳେ ଏକ ବାର୍ରେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏହି ବିସ୍ଫୋରଣରେ ୪୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣଟି ଏକ ବାରରେ ହୋଇଥିବା ବେଳେ ଭିତରେ ଥିବା ୧୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି।ଏହି ବିସ୍ଫୋରଣ ସ୍ୱିଜରଲ୍ୟାଣ୍ଡର କ୍ରାନ୍ସ ମୋଣ୍ଟାନା ସହରରେ ଘଟିଥିଲା। ଘଟଣା ଘଟିବା ପରେ ଏବେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲକୁ ନେବା ଆରମ୍ଭ କରିଥିଲା। ଏହା ସହିତ ଉଦ୍ଧାର କାମ ଆରମ୍ଭ ହୋଇଥିଲା। ଏପର୍ଯ୍ୟନ୍ତ ବିସ୍ଫୋରଣ ପଛର କାରଣ ଜଣାପଡ଼ିନାହିଁ। କୌଣସି ଆତଙ୍କବାଦୀ ସଂସ୍ଥା ଏହି ବିସ୍ଫୋରଣ କରିଥିବା ନେଇ ମଧ୍ୟ ଆଶଙ୍କା କରାଯାଉନାହିଁ।