୨୦୨୫ କୁ ବିଦାୟ ଦେଇ ସାରା ବିଶ୍ୱବାସୀ ୨୦୨୬କୁ କଲେ ସ୍ୱାଗତ

ଭୁବନେଶ୍ୱର,୧/୨୬: ଦୁଃଖ ସୁଖରେ ସରିଲା ୨୦୨୫ । ୨୦୨୫ କୁ ବିଦାୟ ଦେଇ ସାରା ବିଶ୍ୱବାସୀ ଆଜି ୨୦୨୬କୁ ସ୍ୱାଗତ କରିଛନ୍ତି । ବହୁ ଆଶା ଓ ବିଶ୍ୱାସ ସହ ବହୁ ସମ୍ଭାର ନେଇ ଆସିଛି ୨୦୨୬। ବିଶ୍ବର ପ୍ରଥମ ଦେଶ ଭାବେ ବର୍ଷ ୨୦୨୬କୁ ସ୍ବାଗତ କରିଛି ନ୍ୟୁଜିଲାଣ୍ଡ। ଏପଟେ ଭାରତରେ ବି କରାଯାଇଛି ଭବ୍ୟ ସ୍ୱାଗତ । ଗାଁଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ନୂଆବର୍ଷକୁ ସ୍ୱାଗତ କରାଯାଇଛି । ମହାପ୍ରଭୁଙ୍କ ଦର୍ଶନ କରି ନୂଆବର୍ଷ ଆରମ୍ଭ ପାଇଁ ଶ୍ରୀକ୍ଷେତ୍ରରେ ହଜାର ହଜାର ଶ୍ରଦ୍ଧାଳୁ ଭିଡ଼ ଜମାଇଛନ୍ତି । ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ନିଆଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ୬୦ ପ୍ଲାଟୁନ ଫୋର୍ସ, ୩ କମାଣ୍ଡାଣ୍ଟ ରାଙ୍କ୍ ଅଧିକାରୀ, ୧୩ ଅତିରିକ୍ତ ଏସପି, ୪୩ ଡିଏସପି ବା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ରାଙ୍କ ଅଧିକାରୀଙ୍କ ସମେତ ମୁତୟନ ରହିବେ ୮୭ ଇନ୍ସପେକ୍ଟର।