ଭୁବନେଶ୍ୱର, ୩୧/୧୨: ନୂଆବର୍ଷ ଉପଲକ୍ଷେ ପୁରୀରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଭିତରେ ସୁରକ୍ଷା ବ୍ୟବସ୍ଥା ପ୍ରତି ଗୁରୁତ୍ବ ଦେଇଛି ପୁଲିସ । ଏଥର ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଛି । ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ଛୋଟ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ହୋଇଛି । ଆମ୍ବୁଲାନ୍ସ ଚଳପ୍ରଚଳ ପାଇଁ ଗ୍ରିନ୍ କରିଡର ହୋଇଛି । ବିଚ୍ରେ ହଟସ୍ପଟ ପାଟ୍ରୋଲିଂ, ସମୁଦ୍ରକୂଳ ଅଞ୍ଚଳରେ ୩ଟି ଫାଣ୍ଡି, ସୁରକ୍ଷିତ ସମୁଦ୍ର ସ୍ନାନ ଉପରେ ଗୁରୁତ୍ବ ଦେଇଛି ପୁରୀ ପୁଲିସ । ପର୍ଯ୍ୟଟକଙ୍କ ପାଇଁ ଆଜି ଏବଂ ଆସନ୍ତାକାଲି ଏହି ଦୁଇ ଦିନ ପାଇଁ ଟ୍ରାଫିକ୍ କଟକଣା ଜାରି କରାଯାଇଛି ।