ନୂଆଦିଲ୍ଲୀ,୩୦/୧୨: ପରଲୋକରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆ । ସେ ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ବିରୋଧୀ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ମଙ୍ଗଳବାର ଏହି ଖବରକୁ ନିଶ୍ଚିତ କରିଛି । ୮୦ ବର୍ଷୀୟ ଖାଲିଦା ଜିଆ ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ । ତାଙ୍କ ଡାକ୍ତରମାନେ କହିଛନ୍ତି ଯେ ସେ ଆର୍ଥ୍ରାଇଟିସ୍ ଏବଂ ମଧୁମେହ ରୋଗରେ ମଧ୍ୟ ପୀଡିତ ଥିଲେ ଏବଂ ତାଙ୍କର ହୃଦରୋଗ ମଧ୍ୟ ଥିଲା ।ଖାଲିଦା ଜିଆ ଦୁଇଥର ବାଂଲାଦେଶର ପ୍ରଧାନମନ୍ତ୍ରୀ ଥିଲେ, ପ୍ରଥମେ ୧୯୯୧ ରୁ ୧୯୯୬ ଏବଂ ଦ୍ୱିତୀୟ ଥର ୨୦୦୧ ରୁ ୨୦୦୬ । ସେ ପୂର୍ବତନ ରାଷ୍ଟ୍ରପତି ଏବଂ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ପ୍ରତିଷ୍ଠାତା ଜିଆଉର ରହମାନଙ୍କ ପତ୍ନୀ ଥିଲେ । ତାଙ୍କ ବଡ଼ ପୁଅ ତାରିକ ରହମାନ, ବିଏନପିର କାର୍ଯ୍ୟକାରୀ ଅଧ୍ୟକ୍ଷ, ୨୦୦୮ ରୁ ଲଣ୍ଡନରେ ରହୁଥିଲେ ଏବଂ ଏହି ମାସରେ ବାଂଲାଦେଶ ଫେରି ଆସିଥିଲେ ।