ନୂଆଦିଲ୍ଲୀ,୨୮/୧୨: ଇଂରାଜୀ ନବବର୍ଷରେ ଶ୍ରୀମନ୍ଦିର ଖୋଲାକୁ ନେଇ ଆରମ୍ଭ ହୋଇଛି ନୂଆ ବିବାଦ । ଜାନୁୟାରୀ ୧ ଆମ ପାଇଁ ପରମ୍ପରାଗତ ନବ ବର୍ଷ ନୁହେଁ ଏବଂ ଏଥିପାଇଁ ମହାପ୍ରଭୁଙ୍କୁ ରାତି ଅନିଦ୍ରା କରି ଶ୍ରୀମନ୍ଦିର ରାତି ଅଧରେ ନ ଖୋଲିବା ପାଇଁ ଚିଠି ଲେଖାଯାଇଛି । ଗଜପତି ମହାରାଜା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଆଇନ ମନ୍ତ୍ରୀଙ୍କୁ ପତ୍ର ଜରିଆରେ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ପରିଚାଳନା ସମିତିର ସଦସ୍ୟ ପଣ୍ଡିତ ମହେଶ ସାହୁ । ବଡ଼କଥା ହେଉଛି ପ୍ରତିବର୍ଷ ନୂଆବର୍ଷ ଦିନ ଭକ୍ତଙ୍କ ଭିଡ଼ ଜମୁଥିବାରୁ ରାତିରେ ମନ୍ଦିର ଖୋଲାରହିଥାଏ । ହେଲେ ଏଥର ନୂଆବର୍ଷ ପୂର୍ବରୁ ମଧ୍ୟରାତ୍ରିରେ ମନ୍ଦିର ଖୋଲା ନିଷ୍ପତ୍ତି ବଦଳାଇକୁ ଦାବି ହେଉଛି । ଆଉ ଯାହାକୁ ନେଇ ଆରମ୍ଭ ହୋଇଛି ନୂଆ ବିବାଦ ।