ନୂଆଦିଲ୍ଲୀ, ୨୬/୧୨: କେରଳ ପୌର ନିର୍ବାଚନରେ ତିରୁବନନ୍ତପୁରମରେ ସର୍ବାଧିକ ଆସନ ଜିତିଥିବା ବିଜେପି ଶେଷରେ ମେୟର ନିର୍ବାଚନରେ ବିଜୟୀ ହୋଇଛି। ତିରୁବନନ୍ତପୁରମରେ ବିଜେପିରୁ ବିବି ରାଜେଶ ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ଅବସରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଆର. ଶ୍ରୀଲେଖାଙ୍କୁ ମେୟର ପଦ ପାଇଁ ଏକ ଦୃଢ଼ ଦାବିଦାର ଭାବରେ ବିବେଚନା କରାଯାଉଥିଲା। ହେଲେ ଶେଷରେ କିନ୍ତୁ ବିବି ରାଜେଶ ମେୟର ଭାବେ ନିର୍ବାଚିତ ହୋଇଛନ୍ତି । ତେବେ କେରଳ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ଏହି ବିଜୟ ବିଜେପି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ବିବି ରାଜେଶଙ୍କ ସହିତ, ବିଜେପି ପ୍ରଥମ ଥର ପାଇଁ ତିରୁବନନ୍ତପୁରମ ନଗର ନିଗମ ନିର୍ବାଚନ ଜିତିଛି । ଏଠାରେ ୪୫ ବର୍ଷ ଧରି ବାମପନ୍ଥୀଙ୍କ ଶାସନ ଥିଲା, ହେଲେ ଏବେ ସେଠାରେ ବିଜେପିର ଶାସନ ଆରମ୍ଭ ହୋଇଛି ।