ଏଥରକ ନିର୍ବାଚନରେ ଦେଶହିତ ସରକାର ଗଠନ ହେବ ଓ ବାଂଲାଦେଶକୁ ଶାନ୍ତି ଫେରିବ:ଶେଖ ହସିନା

ନୂଆଦିଲ୍ଲୀ,୨୨/୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ମୁହଁ ଖୋଳିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା । ଭାରତର ଉତ୍ତର-ପୂର୍ବ ଓ ଚିକେନ ନେକ କରିଡରକୁ ନେଇ ହେଉଥିବା ବୟାନବାଜି ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେପଟେ ଓସମାନ ହାଦୀକୁ ହତ୍ୟା ଓ ହିନ୍ଦୁ ଯୁବକଙ୍କୁ ବିଭତ୍ସଭାବେ ହତ୍ୟା କରାଯିବା ପରେ ବାଂଲଦେଶ ଜଳୁଛି ।ଅଳ୍ପସଂଖ୍ୟକ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣ ପରେ ଉଭୟ ଭାରତ ସହ ବିଗିଡିଛି ବାଂଲାଦେଶର ସମ୍ପର୍କ । ଏହା ଭିତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବଡ ବୟାନ ସାମ୍ନାକୁ ଆସିଛି ।ହସିନା ଆଶା ବ୍ୟକ୍ତ କରିଛନ୍ତି ଯେ ଏଥରକ ନିର୍ବାଚନରେ ଦେଶହିତ ସରକାର ଗଠନ ହେବ ଓ ବାଂଲାଦେଶକୁ ଶାନ୍ତି ଫେରିବ । ଜୁଲାଇ ମାସରେ ଛାତ୍ର ଆନ୍ଦୋଳନ ତାତି ଭିତରେ ଜଳିଥିଲା ବାଂଲାଦେଶ ଓ ଦେଶ ଛାଡି ବତ୍ତର୍ମାନ ଭାରତରେ ଆଶ୍ରୟ ନେଇଛନ୍ତି ହସିନା ।