ଭିବି-ଜି ରାମ-ଜି ବିଲ୍ ଆଇନରେ ପରିଣତ , ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରି

ଭୁବନେଶ୍ୱର,୨୧/୧୨: ଭିବି-ଜି ରାମ-ଜି ବିଲକୁ ମିଳିଛି ରାଷ୍ଟ୍ରପତିଙ୍କ ମଞ୍ଜୁରି । ମନରେଗା ବଦଳରେ ଏବେ ଭିବି-ଜି ରାମ-ଜି , ‘ବିକଶିତ ଭାରତ-ଗ୍ୟାରେଣ୍ଚି ଫର୍‌ ଆଣ୍ଡ୍‌ ଆଜୀବିକା ମିଶନ-ଗ୍ରାମୀଣ’ । ଲୋକସଭାରେ ‘ଭିବି-ଜି ରାମ ଜି’ ବିଲ୍‌ ଉପସ୍ଥାପନ କରିଥିଲେ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ । ଏହି ବିଲ୍‌କୁ କଂଗ୍ରେସ ଏବଂ ଟିଏମ୍‌ସିର ଜୋରଦାର ବିରୋଧ ମଧ୍ୟ କରିଥିଲେ । କିନ୍ତୁ ଶେଷରେ ଏହି ବିଲକୁ ରାଷ୍ଟ୍ରପତି ମଞ୍ଜୁରି ମିଳିଛି ।ଗ୍ରାମାଞ୍ଚଳର ଲୋକାମାନଙ୍କୁ ସରକାରଙ୍କ ତରଫରୁ ବାର୍ଷିକ ୧୦୦ ଦିନର କାମ ଯୋଗାଇବାକୁ ୟୁପିଏ ସରକାର ମହାତ୍ମା ଗାନ୍ଧୀ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା ବା ମନରେଗା ଲାଗୁ କରିଥିଲେ । ଏବେ ଏନଡିଏ ସରକାର ଏହି ଯୋଜନାର ନାମ ସହ କିଛି ନିୟମ ମଧ୍ୟ ପରିବର୍ତ୍ତନ କରିବାକୁ ଯୋଜନା କରିଛନ୍ତି ସରକାର । ମନରେଗାର ନୂଆ ରୂପ “ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଆଣ୍ଡ ଆଜୀବିକା ମିଶନ’ ବିଲ୍ ୨୦୨୫ ବା “ଭିବି-ଜୀ-ରାମ ଜୀ’ ପ୍ରସ୍ତୁତ ହୋଇଛି । ଏହି ବିଲକୁ ଆଜି ଶୀତକାଳନୀ ଅଧିବେଶନରେ ଲୋକସଭାରେ ଉପସ୍ଥାପନ କରାଗଲା । ଏନେଇ କୁହାଯାଇଛି କି, ଏହାର ଉଦ୍ଦେଶ୍ୟ “ବିକଶିତ ଭାରତ ୨୦୪୭’ ପାଇଁ ରାଷ୍ଟ୍ରୀୟ ଭିଜନର ଅନୁରୂପ ଗ୍ରାମୀଣ ବିକାଶର ନୂଆ ଢ଼ାଞ୍ଚା ପ୍ରସ୍ତୁତ କରିବା ।