ସମସ୍ତ ବର୍ଗର ଯାତ୍ରୀଙ୍କ ପାଇଁ ରେଳ ଭଡ଼ା ବୃଦ୍ଧି କଲା ରେଳ ବିଭାଗ

ଭୁବନେଶ୍ୱର,୨୧/୧୨:  ଭାରତୀୟ ରେଳ ବିଭାଗ ସମସ୍ତ ବର୍ଗର ଯାତ୍ରୀଙ୍କ ପାଇଁ ରେଳ ଭଡ଼ା ବୃଦ୍ଧି କରିଛନ୍ତି । ଆଉ ଏହି ବର୍ଦ୍ଧିତ ଭଡ଼ା ଚଳିତମାସ ୨୬ ତାରିଖରୁ ଲାଗୁ ହେବାକୁ ଯାଉଛି । ଏହି ବର୍ଦ୍ଧିତ ଭଡ଼ା ବିଶେଷ କରି ଅଧିକ ରାସ୍ତା ଯାଉଥିବା ଯାତ୍ରୀଙ୍କ ଉପରେ ପ୍ରଭାବ ପକାଇବ । ସ୍ୱଳ୍ପ ଦୂରତା ଯାତ୍ରା କରୁଥିବା ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ି ନପାରେ । ୨୧୫ କିଲୋମିଟର ପର୍ଯ୍ୟନ୍ତ ସାଧାରଣ ବର୍ଗରେ ଯାତ୍ରା କରୁଥିବା ଲୋକଙ୍କ ଟିକେଟ ଉପରେ ଭଡ଼ା ବଢ଼ିବ ନାହିଁ । ଏହାଠାରୁ ଅଧିକ ଦୂର ଯାତ୍ରା କରୁଥିଲେ ପ୍ରତି କିଲୋମିଟର ପାଇଁ ୧ ପଇସା ଅଧିକ ଭଡ଼ା ଲାଗିବ ।ମେଲ ଓ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିଲେ ଯାତ୍ରୀଙ୍କ ପାଇଁ ନନ୍ ଏସି ଓ ଦ୍ୱିତୀୟ ଶ୍ରେଣୀ ପାଇଁ କିଲୋମିଟର ପ୍ରତି ଅଧିକ ଦୁଇ ପଇସା ଦେବାକୁ ପଡ଼ିବ ।