ଦିଲ୍ଲୀ ପରେ ଏବେ ଓଡ଼ିଶା, ପଲ୍ୟୁସନ୍ ସାର୍ଟିଫିକେଟ୍ ନଥିଲେ ପେଟ୍ରୋଲ ଓ ଡିଜେଲ ମନା!

ଭୁବନେଶ୍ୱର,୨୦/୧୨: ପଲ୍ୟୁସନ୍ ସାର୍ଟିଫିକେଟ୍ ନଥିଲେ ପେଟ୍ରୋଲ ପମ୍ପରେ ମିଳିବନି ପେଟ୍ରୋଲ ଓ ଡିଜେଲ୍। ରାଜ୍ୟରେ ବାୟୁ ପ୍ରଦୂଷଣ ଦିନକୁ ଦିନ ବଢୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ତୈଳ ବିକ୍ରୟକାରୀ କମ୍ପାନୀ ଗୁଡିକୁ ଚିଠି ଲେଖିଛି ରାଜ୍ୟ ପରିବହନ ପ୍ରାଧିକରଣ ବା ଏସଟିଏ । ପେଟ୍ରୋଲ ପମ୍ପରେ ପ୍ରଦୂଷଣ ସାର୍ଟିଫିକେଟ୍ ଦେଖାଇଲେ ପେଟ୍ରୋଲ କିମ୍ବା ଡିଜେଲ୍ ମିଳିବ ।ଦିଲ୍ଲୀ ପରେ ଓଡ଼ିଶାରେ ଏହି ନିୟମ ଲାଗୁ ହେବ । ଏହା ଦ୍ବାରା ମୋଟର ଯାନ ନିୟମ ଉଲ୍ଲଂଘନ କରି ପ୍ରଦୂଷଣ ସୃଷ୍ଟି କରୁଥିବା ଯାନ ଉପରେ ଲାଗିବ ଅଙ୍କୁଶ । ଯେଉଁ ମୋଟର ଯାନ ର ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିବ, କୌଣସି ପେଟ୍ରୋଲ ପମ୍ପରେ ତେଲ ଦିଆଯିବ ନାହିଁ ବୋଲି ଏସଟିଏ ଲେଖିଥିବା ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି ।