ଭୁବନେଶ୍ୱର, ୨୦/୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମର ଗୌହାଟିରେ ଏକ ସମାବେଶକୁ ସମ୍ବୋଧିତ କରି କଂଗ୍ରେସ ଦଳକୁ ଟାର୍ଗେଟ କରିଥିଲେ। ସେ କଂଗ୍ରେସ ଉପରେ ଏକ ବଡ଼ ଆରୋପ ଲଗାଇଛନ୍ତି । ସେ କହିଥିଲେ ଯେ ଆସାମ ଏବଂ ଉତ୍ତର-ପୂର୍ବର ବିକାଶ କଂଗ୍ରେସ ସରକାରଗୁଡ଼ିକର ଏଜେଣ୍ଡାରେ ନଥିଲା, ବରଂ ଆସାମକୁ ପୂର୍ବ ପାକିସ୍ତାନର ଅଂଶ କରିବା ପାଇଁ ଏକ ଷଡ଼ଯନ୍ତ୍ର କରାଯାଇଥିଲା । ସେ କହିଥିଲେ, କଂଗ୍ରେସ ଭାବୁଥିଲା ଯେ ଆସାମ ଏବଂ ଉତ୍ତର-ପୂର୍ବକୁ ଆଧୁନିକ ବିମାନବନ୍ଦର, ଉନ୍ନତ ରେଳପଥ ଏବଂ ରାଜପଥର ଆବଶ୍ୟକତା ନାହିଁ। ଏହି ଚିନ୍ତାଧାରା ଯୋଗୁଁ, କଂଗ୍ରେସ ଦଶନ୍ଧି ଧରି ଏହି ସମଗ୍ର ଅଞ୍ଚଳକୁ ଅବହେଳା କରିଥିଲା । ଦଶନ୍ଧି ଧରି କଂଗ୍ରେସ କରିଥିବା ଭୁଲଗୁଡ଼ିକୁ ଆମେ ସୁଧାରି ଚାଲିଛୁ । ମୋ ପାଇଁ ଆସାମର ବିକାଶ ଏକ ଜରୁରୀ ଆବଶ୍ୟକତା ଓ ଏକ ଉତ୍ତରଦାୟିତ୍ବ।