ଭୁବନେଶ୍ୱର,୧୯/୧୨: ଆସନ୍ତା ବର୍ଷରୁ ବିଦ୍ୟାଳୟରେ ଗୁରୁ ଦିବସ ଅବା ଶିଶୁ ଦିବସ ପାଳନ ହେବନି । ସେହିଦିନ ପିଲାମାନେ ବିଦ୍ୟାଳୟକୁ ଆସିବେ। ଅନ୍ୟ ଦିନ ପରି ପାଠପଢ଼ା ମଧ୍ୟ ହେବ। ବିଦ୍ୟାଳୟରେ କୌଣସି ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯିବ ନାହିଁ । ମାଧ୍ୟମିକ ଓ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ତରଫରୁ ୨୦୨୬ ବାର୍ଷିକ ଛୁଟି ତାଲିକାରୁ ଏହା ସ୍ପଷ୍ଟ ହୋଇଛି। ୨୦୨୬ ବର୍ଷରେ ମୋଟ ୮୨ଟି ଛୁଟି ଦିବସ ଓ ୬ଟି ପାଳନୀୟ ଦିବସ ରହିଛି। ସେଥିରୁ ଗୁରୁ ଓ ଶିଶୁ ଦିବସକୁ ବାଦ୍ ଦିଆଯାଇଛି । ପାଳନୀୟ ଦିବସରେ ମଧ୍ୟ ଏହାକୁ ରଖାଯାଇନାହିଁ। ଯାହାକୁ ନେଇ ବିରୋଧର ସ୍ବର ଉଠିଛି।