ଭୁବନେଶ୍ୱର, ୧୭/୧୨: ପୁଣି ରତ୍ନସିଂହାସନରେ ବିରାଜିତ ମହାପ୍ରଭୁଙ୍କ ଫଟୋ ଭାଇରାଲ୍ । କଡ଼ା ସୁରକ୍ଷା ବ୍ୟବସ୍ଥା ଥିବା ସତ୍ତ୍ୱେ ବାରମ୍ବାର ଶ୍ରୀମନ୍ଦିର ଭିତରକୁ ମୋବାଇଲ, ହିଡେନ୍ କ୍ୟାମେରା ଯିବାରୁ ଶ୍ରୀମନ୍ଦିର ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରଶାସନର ଅବହେଳାକୁ ଦାୟୀ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଶ୍ରଦ୍ଧାଳୁ । ସେମିତି ଶ୍ରୀମନ୍ଦିର ଗର୍ଭଗୃହ ଭିତରର ଫଟୋ ହୋଇଛି ଭାଇରାଲ୍ । ଆର୍ଶୀବାଦ ନାମକ ଜଣେ ବ୍ୟକ୍ତି ତାଙ୍କ ସୋସିଆଲ ମିଡିଆରେ ରତ୍ନସିଂହାସନରେ ବିରାଜିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ପୋଷ୍ଟ କରିଛନ୍ତି । ଅନ୍ୟପତେବଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ପାଇଁ ରାଜ୍ୟ ସରକାରଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଚିଠି ଲେଖିଛନ୍ତି । ଏହି ପ୍ରସଙ୍ଗରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ପୁରୁଣା ଆଇନରେ ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଚାଲିଛି । ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର ଦଣ୍ଡ ବିଧାନ ହେବ ।