ନୂଆଦିଲ୍ଲୀ,୧୬/୧୨: ଉତ୍ତରପ୍ରଦେଶ ମଥୁରାରେ ଭୟଙ୍କର ସଡକ ଦୁର୍ଘଟଣା। ରାସ୍ତା ଉପରେ ଜଳିଗଲା ୮ ଟି ବସ୍ ଓ ୩ କାର। ଏହି ଦୁଘଟଣାରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏହାସହ ୨୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ଉତ୍ତର ପ୍ରଦେଶର ମଥୁରା ଯମୁନା ଏକ୍ସପ୍ରେସ୍ ହାଇୱେରେ ଏହି ଦୁର୍ଘଟଣା ଘଟିଛି। କୁହୁଡି କାରଣରୁ ସିରିଜ୍ ଦୁର୍ଘଟଣା ପରେ ପାଞ୍ଚଟି ବସ୍ ଏବଂ ଗୋଟିଏ କାରରେ ନିଆଁ ଲାଗିଯାଇଥିଲା । ୪ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାପଡ଼ିଛି । ସୂଚନା ପାଇ ସ୍ଥାନୀୟ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।