ଟୋକେନ ପାଇନଥିବା ଚାଷୀଙ୍କୁ ଟୋକନ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୫/୧୨: ଚାଷୀଙ୍କଠୁ ନିର୍ଦ୍ଧାରିତ ଧାନ ଉଠାଇବେ ରାଜ୍ୟ ସରକାର । ଟୋକନ ପାଇନଥିବା ଚାଷୀଙ୍କୁ ଟୋକେନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଟୋକନ ପରେ ଧାନ ବଳିଲେ ଖୋଲା ବଜାରରେ ଚାଷୀ ବିକି ଦିଅନ୍ତୁ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି, ଧାନ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି । ଏବେ ଯାଏଁ ୬ଟି ଜିଲ୍ଲାର ରିପୋର୍ଟ ଆସିଛି । ବରଗଡ଼ରେ ୫୩ ହଜାର ୮୩୮ ମେଟ୍ରିକ୍ ଟନ୍, ବଲାଙ୍ଗୀର ୯୬ ମେଟ୍ରିକ୍ ଟନ୍, କଳାହାଣ୍ଡି ୭ ହଜାର ୩୮୭, ନୂଆପଡ଼ା ୩ ହଜାର ୮୪୭ ମେଟ୍ରିକ୍ ଟନ୍, ସମ୍ବଲପୁର ୬୦ ହଜାର ୨୫୬ ମେଟ୍ରିକ୍ ଟନ୍ ଏବଂ ସୁବର୍ଣ୍ଣପୁରରେ ୧୫ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି । ଏଯାବତ୍ ମୋଟ ୧ ଲକ୍ଷ ୨୫ ହଜାର ୪୩୯ ମେଟ୍ରିକ୍ ଟନ୍ ଧାନ କିଣା ସରିଛି । ଧାନ କିଣା ପ୍ରକ୍ରିୟା କେବେ ହେବ ତାହା ଜିଲ୍ଲାୱାରୀ ଡିଏଲ୍‌ପିସି କମିଟିରେ ନିଷ୍ପତ୍ତି ହେଉଛି ।