ମୋକିମଙ୍କ ଚିଠି ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ପିସିସି ସଭାପତି, କହିଲେ ଏପରି କଥା…

ଭୁବନେଶ୍ୱର,୧୪/୧୨:  ମୋକିମଙ୍କ ଚିଠିକୁ ନେଇ କଂଗ୍ରେସରେ  ଝଡ଼ । ମୋକିମଙ୍କ ଚିଠି ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଦିଲ୍ଲୀରେ ଆୟୋଜିତ ଭୋଟ୍ ଚୋରି କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ନାଁ ନନେଇ ଚେତାବନୀ ଦେଇଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ରଖି କହିଛନ୍ତି, ଯେଉଁ ନେତାମାନେ ବିଜେପି ସମ୍ପର୍କରେ ଅଛନ୍ତି, ସେମାନେ ବିଜେପି ଚାଲିଯିବା ଉଚିତ । ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ବହୁ ପରିଶ୍ରମ କରି ଦଳକୁ ଆଗକୁ ନେଉଛନ୍ତି । ଦଳର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇବା ଉଚିତ୍ ନୁହେଁ । କିଛି ଦିନ ତଳେ ମହମ୍ମଦ ମୋକିମ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ପିସିସି ସିଭାପତିଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ । ଲେଖିଥିଲେ ବର୍ତ୍ତମାନର ପିସିସି ସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ଆଗକୁ ଯାଇପାରିବ ନାହିଁ । ସେହିପରି ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନେତୃତ୍ୱ ଉପରେ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ ମହମ୍ମଦ ମୋକିମ ।