୨୦୨୭ ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କାର ବଜେଟକୁ ମଞ୍ଜୁରୀ

ନୂଆଦିଲ୍ଲୀ,୧୨/୧୨: କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକରେ ୨୦୨୭ ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କାର ବଜେଟକୁ ମଞ୍ଜୁରୀ ଦିଆଯାଇଛି। ପ୍ରଥମ ଥର ପାଇଁ ସାରା ଦେଶରେ ଡିଜିଟାଲ ଜନଗଣନା ହେବ। ଏଥିପାଇଁ ୩୦ ଲକ୍ଷ କର୍ମଚାରୀଙ୍କୁ ନିୟୋଜିତ କରାଯିବ।କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ୨୦୨୭ରୁ ସାରା ଦେଶରେ ଜନଗଣନା ହେବ। ଏହି ଜନଗଣନା ଦୁଇଟି ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟାୟରେ ହାଉସ୍ ଲିଷ୍ଟିଂ ଏବଂ ଗୃହ ଜନଗଣନା ହେବ, ଯାହା ଏପ୍ରିଲରୁ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଚାଲିବ; ଯେବେକି ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା ହେବ, ଯାହା ଫେବୃଆରୀ ୨୦୨୭ରୁ ଆରମ୍ଭ ହେବ ।